ଭାରତ

ନଓ୍ଵାବ ମଲ୍ଲିକ ଗିରଫ

ମହାରାଷ୍ଟ୍ର : ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପିର ବରିଷ୍ଠ ନେତା ନଓ୍ଵାବ ମଲ୍ଲିକଙ୍କୁ ମନି ଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୀର୍ଘ ଛଅ ଘଣ୍ଟା କାଳ ଜେରା କରିବା ପରେ ତାଙ୍କୁ ଗିରଫ କରିଛି। ଅନ୍ୟପଟେ ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କରଙ୍କ ସହ ଜଡିତ ଏକ ଜମି ଚୁକ୍ତିକୁ ନେଇ ଇଡି ମଲ୍ଲିକଙ୍କ ସଂପୃକ୍ତିକୁ ନେଇ ଅନୁସନ୍ଧାନ କରୁଛି । ଆଜି ସକାଳେ ଇଡି ସମନ ଜାରି କରି ୬ ଘଣ୍ଟା କାଳଧରି ଗଳଦ୍‌ଘର୍ମ ଜେରା କରିବା ପରେ ଅପରାହ୍ଣରେ ତାଙ୍କୁ ଗିରଫ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଇଡି ଏହି ମନି ଲଣ୍ଡରିଂ ମାମଲାରେ ଦାଉଦ ଇବ୍ରାହିମର ଭଉଣୀ ହସିନା ପାର୍କରଙ୍କ ମୁମ୍ବାଇ ବାସଭବନରେ ଚଢାଉ କରିଥିଲା। ଇଡି ନାଗପଡ଼ାର ହସିନା ପାର୍କର ସହ ସଂପର୍କିିତ ଅନ୍ୟ ୧୦ ଟି ବିଭିନ୍ନ ସ୍ଥାନରେ ମଧ୍ୟ ବ୍ୟାପକ ଛାନ୍‌ଭିନ୍‌ କରିଥିଲା।

Related posts

ଗତ ୨୪ ଘଣ୍ଟାରେ ଦେଶରୁ ୨୮୮ ସଂକ୍ରମିତ ଚିହ୍ନଟ 

mahabharatanews

ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ  

mahabharatanews

ଋଷ- ୟୁକ୍ରେନ୍‌ ଯୁଦ୍ଧ : ୧,୧୧୫ ସାଧାରଣ ନାଗରିକ ଆହତ

mahabharatanews