(ଉତ୍ତରପ୍ରଦେଶ) : ବାୟୁ ପ୍ରଦୂଷଣ ଯୋଗୁଁ ନୋଏଡା ଏବଂ ଗ୍ରେଟର ନୋଏଡାର ନର୍ସରୀ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିାଯିବା ନେଇ ହୋଇଛି ନିଷ୍ପତ୍ତି । ତେବେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାର ଗୌତମ ବୁଦ୍ଧ ନଗର ଜିଲ୍ଲା ମାଜିଷ୍ଟ୍ରେଟ ମନୀଷ ବର୍ମା ଏନେଇ ସୂଚନ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ।
ଯେଉଁଥିରେ କୁହାଯାଇଛି ଯେ, ବଢୁଥିବା ବାୟୁପ୍ରଦୂଷଣକୁ ନଜରରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଷ୍ଟେଜ୍ -୪ ଅନୁସରଣ କରିବାକୁ ପଡିବ। ଏହା ଅଧୀନରେ, ପ୍ରି-ସ୍କୁଲରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ନଭେମ୍ବର ୧୦ପର୍ଯ୍ୟନ୍ତ ଅଫଲାଇନ୍ ପରିବର୍ତ୍ତେ ଅନଲାଇନ୍ କ୍ଲାସ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଏପରି ଏକ ସମୟରେ ଆସିଛି ଯେତେବେଳେ ନୋଏଡାର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ସ୍ତର ୪୦୦ ଅତିକ୍ରମ କରିଛି।
