ଭାରତ

ଅଯୋଧ୍ୟାରେ ୪୫କିଲୋର ରାମାୟଣ

(ଦିଲ୍ଲୀ) : ୨୨ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବା ସହ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏଥି ପାଇଁ ଅଯୋଧ୍ୟାରେ ସାଜସଜ୍ୱା କରାଯାଇଛି ଏହା ସହ ରାମ ଜନ୍ମଭୂମିରେ ଚାଲିଛି ହୋମଯଜ୍ଞ । ଏହି ସମୟରେ, ୧ ଲକ୍ଷ ୬୫ ହଜାର ଟଙ୍କା ମୂଲ୍ୟର ୪୫କିଲୋର ରାମାୟଣ ଅଯୋଧ୍ୟାରେ ପହଞ୍ଚିଛି । ରାମଲାଲାଙ୍କ ଆଗମନକୁ ନେଇ ସାରା ଅଯୋଧ୍ୟାରେ ସାଜାସଜ୍ୱା କରାଯାଇଛି ଯେଉଁଥି ପାଇଁ ଲୋକେ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ୪୫କିଲୋଗ୍ରାମର ରାମାୟଣ ଆକର୍ଷଣର କେନ୍ଦ୍ର ପାଲଟିଛି ।

ସୂଚନାନୁଯାୟୀ , ଏହି ରାମାୟଣ ୩ଟି ବାକ୍ସରେ ଆସିଛି ଏବଂ ଏହି ରାମାୟଣ ବହୁତ ବିଶେଷ ସାମଗ୍ରୀରେ ପ୍ରସ୍ତୁତ କରାଯାଇଛି । ଏହି ସୁନ୍ଦର ଭାବରେ ପରିକଳ୍ପିତ ରାମାୟଣ ତିନୋଟି ଡ୍ରୟର ବାକ୍ସ ପରି ଦେଖାଯାଉଛି । ୱାଇଲ୍ଡ ଲାଇଫ୍ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଏଣିକି ରାତିରେ ବୁଲି ହେବ ଚନ୍ଦକା ଅଭୟାରଣ୍ୟ ପ୍ରତ୍ୟେକ ଡ୍ରୟରରେ ଗୋଟିଏ ଲେଖାଏ ବହି ରଖାଯାଇଛି । ଏହି ରାମାୟଣର ବାହ୍ୟ ବାକ୍ସ ପ୍ରସ୍ତୁତ କରିବା ପାଇଁ ଆମେରିକୀୟ ବାଦାମ କାଠ ବ୍ୟବହାର କରାଯାଇଛି । ଏହାର ନିର୍ମାତା କହିଛନ୍ତି ଯେ ଏହି ପୁସ୍ତକ ୪୦୦ବର୍ଷ ପର୍ଯ୍ୟନ୍ତ ରହିପାରିବ ।

Related posts

ହୋଲିରେ ଗଡିବ ୫ ସ୍ପେଶାଲ ଟ୍ରେନ

mahabharatanews

‘ତାରେକ ମେହେତା କା ଉଲଟା ଚଷମା’ ର ପ୍ରଯୋଜକଙ୍କ ନାମରେ ସଙ୍ଗୀନ ଅଭିଯୋଗ

mahabharatanews

କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ 

mahabharatanews

Leave a Comment