Uncategorized

ଖୋଲିଛି ଦେଶର କିଛି ଧର୍ମାନୁଷ୍ଠାନ

ନୂଆଦିଲ୍ଲୀ: ଦୀର୍ଘ ଅଢେଇ ମାସର ଲକ୍‌ଡାଉନ୍‌ ପରେ ଏବେ ଅନ୍‌ଲକ୍‌-୧ରେ ଦେଶର ଅନେକ ସ୍ଥାନରେ ଧାର୍ମିକସ୍ଥଳୀ, ରେ‌ଷ୍ଟୁରାଣ୍ଟ୍‌, ମଲ୍‌ଗୁଡ଼ିକ ଖୋଲିଛି । ସୋମବାର ଦେଶର ବହୁ ଧାର୍ମିକସ୍ଥଳୀ ଖୋଲିଯିବା ପରେ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସେହିସବୁ ମନ୍ଦିରରେ ଜମ୍ମୁ-କଶ୍ମୀରର ବୈଷ୍ନୋ ଦେବୀ, ମଥୁରାର ବାଙ୍କେ ବିହାର ଇତ୍ୟାଦି ଖୋଲିଥିବା ବେଳେ କାଶି ବିଶ୍ବନାଥ ମନ୍ଦିର ଓ ପଞ୍ଚକୁଲାର ମନଷା ଦେବୀ ମନ୍ଦିର ମଙ୍ଗଳବାରଠାରୁ ଖୋଲିବ। କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ବ ସମେତ ମାସ୍କ ପରିଧାନ ଓ ଅନ୍ୟାନ୍ୟ ସମସ୍ତ ନିୟମକୁ ମାନିବାକୁ ବାଧ୍ୟତାମୂଳକ କରାଯାଇଛି ।
ତେବେ ଏବେ ବି କିଛି ପ୍ରସିଦ୍ଧ ମନ୍ଦିର ବନ୍ଦ୍‌ ରହିଛି। ବାଙ୍କେ ବିହାରି ମନ୍ଦିର ଜୁନ୍‌ ୩୦ ପର୍ୟ୍ୟନ୍ତ ବନ୍ଦ୍‌ ରହିବ । ସେହିପରି ଲକ୍ଷୌର ପ୍ରସିଦ୍ଧ ଅସିଫି ମସ୍‌ଜିଦ୍‌ ବି ଅନ୍‌ଲକ୍‌-୧ରେ ବନ୍ଦ ରହିବ। କେବଳ ଫେସ୍‌ମାସ୍କ ପିନ୍ଧିଥିବା ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏହା ବ୍ୟତୀତ ଫୁଲମାଳ ଚଢ଼ାଇବା ଓ ପ୍ରସାଦ ଲଗାଇବା ଉପରେ କଟକଣା ରହିଛି ।

Related posts

ସିଏଏ ବିରୋଧରେ ପ୍ରଦର୍ଶନ ଜାରି, ଦିଲ୍ଲୀର ୧୪ ମେଟ୍ରୋ ଷ୍ଟେସନ ବନ୍ଦ

mahabharatanews

ଭାରତୀୟ ସେନା ଗୁରୁତର ସ୍ଥିତିରେ ଗର୍ଭବତୀଙ୍କୁ କଲେ ସ୍ଥାନାନ୍ତର

mahabharatanews

ଅଦାଲତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧର

mahabharatanews