ଭାରତ

 ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ

(ବାଲେଶ୍ଵର)  : ଅବ୍‌ଦୁଲ କାଲାମ ଦ୍ବୀପରୁ ପୁଣି ଅତ୍ୟାଧୁନିକ ବାଲାଷ୍ଟିକ ମିସାଇଲ ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ । ତେବେ ଏହା ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ ହୋଇଥିବେବେଳେ ‘ ଭୂପୃଷ୍ଠରୁ ଭୂପୃଷ୍ଠକୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ । ଅଗ୍ନି-୧ ପ୍ରାଇମ୍‌’ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ।ଏଥିରେ ୩୦୦୦ କେଜି ପର୍ଯ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

ସୂଚନାନୁଯାୟୀ , ସ୍ଥଳଭାଗରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ଯମ ଦୂରଗାମୀ ବାଲେଷ୍ଟିକ ମିସାଇଲ ଅଗ୍ନୀ- ପ୍ରାଇମର କେନିଷ୍ଟାରରୁ ବ୍ୟବହାରିକ ପରୀକ୍ଷଣ କରିଛି ଷ୍ଟାଟେଜିକ୍ କମାଣ୍ଡ ଫୋର୍ସ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ବୁଧବାର ସଂନ୍ଧ୍ଯା ୬ ଟା ୫୦ରେ ଏହାର ସଫଳ ପରୀକ୍ଷଣ କରିଛି । ମଧ୍ୟମ ଦୂରଗାମୀ ଅଗ୍ନୀ ପ୍ରାଇମ୍‌ କ୍ଷେପଣାସ୍ତ୍ର ସ୍ଥିରିକୃତ ବେଗ, ଦୀଗ ଓ ଲକ୍ଷ୍ୟ ସ୍ଥଳକୁ ସଠିକ୍‌ ଭାବେ ଟାର୍ଗେଟ କରିପାରିଥିବା ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି।

Related posts

ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ୨୫୫ଜଣଙ୍କ ମୃତ୍ୟୁ

mahabharatanews

ବର୍ଷା ବିପର୍ଯ୍ୟୟ : ହିମାଚଳପ୍ରଦେଶରେ ନଷ୍ଟ ହୋଇଗଲା ୧୨୪ଟି ରାସ୍ତା  

mahabharatanews

କରୋନା ଭାଇରସ : ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

mahabharatanews

Leave a Comment