bharatବିଶ୍ୱଭାରତ

ଖରାପ ପଦର୍ଶନ ପାଇଁ ହୋଇପାରେ ନେତୃତ୍ୱ ବଦଳି ।

ପାକିସ୍ତାନ ଖେଳାଳିଙ୍କ ପଦର୍ଶନ ଏବେ ଦିନକୁ ଦିନ ଖରାପ ହୋଇ ଚାଲିଛି । ଏପରିକି ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟ ହାରୁଛି ଦଳ । ଏପରିକି ଗତ ୪ ବର୍ଷ ହବେ ଗୋଟିଏ ବି ଆଇସିସି ଟ୍ରଫି ଜିତିନି ଦଳ । ନିକଟରେ ଚାଲିଥିବା ଟି ୨୦ ବିଶ୍ୱକପ୍‌ରେ ମଧ୍ୟ ସୁପ୍‌ର ୮ରୁ ବିଦା ହୋଇଥିଲା ଦଳ । ଯାହାକୁ ନେଇ ଦଳକୁ ଚାରିଆଡେ ସମାଲୋଚନା କରାଯାଉଛି । ଏପରିକି ଦଳରେ ନେତୃତ୍ୱ ପରିବର୍ତ୍ତନ କରିବା କଥା ମଧ୍ୟ ଉଠାଯାଉଛି । ବର୍ତ୍ତମାନ ପାକ୍ ଦିନିକିଆ ଦଳର ଅଧିନାୟକ ହେଉଛନ୍ତି ସାହିନ୍ ଆଫ୍ରିଦି । ତାଙ୍କର ବୋଲିଂରେ ମଧ୍ୟ ଆଗ ଭଳି ଚମକ ନାହିଁ । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଥିଲା ଟି୨୦ ବିଶ୍ୱକପରେ । ଏବଂ ନିକଟରେ ବାଂଲାଦେଶ ବିପକ୍ଷ ସିରିଜ୍ ହାରିବା ପରେ ତାଙ୍କ ଉପରେ ଖଣ୍ଡା ଝୁଲୁଛି । ଯାହାକୁ ନେଇ ପାକ୍ ର ପୂର୍ବତନ ଖେଳାଳି ରସିଦ ଲତିଫ୍ କହିଛନ୍ତି ଯେ, ଟି୨୦ ଫର୍ମାଟରେ ସାହିନଙ୍କୁ ଜାଗା ମିଳିବା କଥା ନୁହେଁ । ଦଳ ପାଇଁ ସେ ପ୍ରଦର୍ଶନ କରୁନାହାଁନ୍ତି । ଟି୨୦ ବିଶ୍ୱକପ୍ ପରେ ବାଂଲାଦେଶ ବିପକ୍ଷ ସିରିଜରେ ସେ ନେତୃତ୍ୱ ନେଇଥିଲେ । କିନ୍ତୁ ଏଠାରେ ବି ସେ ଫେଲ୍ ହୋଇଥିଲେ । ଲତିଫ୍ କହୁଛନ୍ତି ଯେ, କିଛି ଜଣ ସାହିନଙ୍କୁ ଟି୨୦ ଅଧିନାୟକ କରିବାକୁ ଦାବି କରୁଛନ୍ତି । କିନ୍ତୁ ଏହା ଆଦୌ ଠିକ୍ ନୁହେଁ । ଏହି ଫାଷ୍ଟ୍ ବୋଲର ଟି୨୦ରେ ଗୋଟିଏ ଜାଗା ବି ପାଇବା ପାଇଁ ଯୋଗ୍ୟ ନୁହେଁ ।

ନିକଟରେ ବାଂଲାଦେଶଠୁ ସିରିଜ୍ ପରାଜୟ ପରେ ପୂର୍ବତନ ଖେଳାଳି ତଥା ଭେଟେରାନ୍ ସାହିଦ୍ ଆଫ୍ରିଦି ପାକ୍ ସି ଲେକ୍ସନ କମିଟି ଉପରେ ବର୍ଷିଥିଲେ । ଦଳର ଚୟନକର୍ତ୍ତା ହିଁ ପରାଜୟ ପାଇଁ ଦାୟୀ ବୋଲି ସାହିନ୍ କହିଥିଲେ । ସେ କହିଥିଲେ ଯେ,୨୦୨୬ ଟି୨୦ ବିଶ୍ୱକପ୍ ପରଠୁ ଆହୁରି ଅନେକ ଫର୍ମାଟରେ ଦଳ ଖେଳୁଛି । କିନ୍ତୁ ଚୟନକର୍ତ୍ତା କିଏ ଅଧିନାୟକ ହେଲେ ଭଲ ହେବ ଜାଣି ପାରୁ ନାହାଁନ୍ତି । ଦଳରେ ଅନେକ ପରୀକ୍ଷା କରାଯାଉଛି । ଅପେରସନ ହେଉଛି। ଯେଉଁମାନେ କମ୍ ମ୍ୟାଚ୍ ଖେଳିଛନ୍ତି ସେମାନଙ୍କୁ ସିଧାସଳଖ ଜାତୀୟ ଦଳରେ ସାମିଲ କରାଯାଉଛି ବୋଲି ସାହିଦ୍ ଅଭିଯୋଗ କରିଥିଲେ ।ତେବେ ସାହିଦଙ୍କ ଅଭିଯୋଗ ପରେ ଆଉ କିଛି ବରିଷ୍ଠ କ୍ରିକେଟର ଏଥିରେ ସହମତି ଦେଖାଇଛନ୍ତି । ମହମ୍ମଦ ଆମିର୍ ଏବଂ କମରାନ୍ ଆକମଲଙ୍କ ଭଳି ପୂର୍ବତନ ଖେଳାଳି ପିସିବିକୁ ଟାର୍ଗେଟ୍ କରିଛନ୍ତି ।

Related posts

ମିଜୋରାମରେ ରାହୁଲ ଗାନ୍ଧିଙ୍କ ପ୍ରଚାର ଆରମ୍ଭ  

mahabharatanews

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

mahabharatanews

ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

mahabharatanews