ମନୋରଞ୍ଜନ

‘ଦେଶର ନାମ ଖରାପ କରୁଛ’, ଶୁଣି ଝଗଡା କଲେ ଉର୍ଫି

(ମୁମ୍ବାଇ) : ସବୁବେଳେ ଚର୍ଚାରେ ବିବାଦୀୟ ଉର୍ଫି ଜାଭେଦ୍ । ତେବେ ଏହାରି ମଧ୍ୟରେ ତୁମେ ଭାରତର ନାମ ଖରାପ କରୁଛ। ବିମାନବନ୍ଦରରେ ଏଭଳି କହିଥିବା ବ୍ୟକ୍ତିଙ୍କ ସହ ଝଗଡ଼ା କଲେ ଉର୍ଫି। ଉର୍ଫି ନିକଟରେ ବିମାନବନ୍ଦରରେ ପହଞ୍ଚିଥିବା ବେଳେ ସେଠାରେ ଜଣେ ବ୍ୟକ୍ତି ତାଙ୍କୁ ସମସ୍ତଙ୍କ ଆଗରେ ଗାଳି ଦେବା ଆରମ୍ଭ କରିଥିଲେ। ବ୍ୟକ୍ତିଜଣକ ତାଙ୍କ ପୋଷାକ ପାଇଁ ଉର୍ଫିଙ୍କୁ ରାଗୁଥିବାର ଭାଇରାଲ ଭିଡିଓରେ ଦେଖାଯାଇଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଉର୍ଫି ସବୁଜ ରଙ୍ଗର ବ୍ୟାକଲେସ୍ ମ୍ୟାକ୍ସି ଡ୍ରେସ ପିନ୍ଧି ବିମାନବନ୍ଦର ଭିତରକୁ ଯାଉଛନ୍ତି। ଏହି ସମୟରେ ଫଟୋଗ୍ରାଫର ଉର୍ଫିଙ୍କ ଫଟୋ ଓ ଭିଡିଓ ରେକର୍ଡ କରିବା ପାଇଁ ତାଙ୍କ ପିଛା କରୁଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ଦୁଇଟି ଗ୍ଲାସରେ ପାଣି ଧରି ଉର୍ଫିଙ୍କ ପାଖକୁ ଆସିବା ସହ, ଭାରତରେ ଏଭଳି ହୁଏ ନାହିଁ। ତୁମେ ଦେଶର ନାମ ଖରାପ କରୁଛ ବୋଲି କହୁଛନ୍ତି। ଏକଥା ଶୁଣି ରାଗିଯାଉଛନ୍ତି ଉର୍ଫି। ରାଗରେ ଉର୍ଫି କହୁଛନ୍ତି, ତୁମ ବାପାଙ୍କର କିଛି ଅସୁବିଧା ଅଛି କି? ଯାଅ ନିଜ କାମ କର। ଏହା ପରେ ତାଙ୍କ ସହ ଥିବା ଜଣେ ଯୁବତୀ ଉର୍ଫିଙ୍କୁ କିଛି ନକହିବାକୁ କହି ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି।

Related posts

ଗୋଟିଏ ଘରୁ ଚାଲିଗଲେ ଟେଲି ଅଭିନେତ୍ରୀ ଓ ତାଙ୍କ ଭଉଣୀ

mahabharatanews

ଅଭିନୟ ଦୁନିଆରେ ପାଦ ଥାପିବେ ସାରା ତେନ୍ଦୁଲକର

mahabharatanews

ରକ୍ତାକ୍ତ ଅବସ୍ଥାରେ ରଣବୀର

mahabharatanews