Uncategorized

ଦିଲ୍ଲୀର ସବୁ ସ୍କୁଲରେ ହନୁମାନ ଚାଳିଶା ପଢାଯାଉ: କୈଳାସ

(ନୂଆଦିଲ୍ଲୀ): ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ବହୁମତରେ ବିଜୟ ହାସଲ କରିଛି । ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏସବୁ ଭିତରେ ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟ କେଜ୍ରିୱାଲଙ୍କୁ ଉପଦେଶ ଦେଇଛନ୍ତି । ସେ କହିଛନ୍ତି, ବଜରଙ୍ଗବାଲିଙ୍କ କୃପାରୁ ଦିଲ୍ଲୀରେ ଆପ୍ ବିଜୟ ହାସଲ କରିଛି । ତେଣୁ ଦିଲ୍ଲୀର ସ୍କୁଲ, ମଦ୍ରାସା ସମେତ ସମସ୍ତ ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ହନୁମାନ ଚାଳିଶା ପଢାଯାଉ । ସେ ଟୁଇଟ୍ କରି କେଜ୍ରିୱାଲଙ୍କୁ ବିଜୟର ଶୁଭେଚ୍ଛା ଦେଇ କହିଛନ୍ତି, ହନୁମାନଜୀଙ୍କ ଶରଣକୁ ଆସିଲେ ନିଶ୍ଚିତ ଆଶୀର୍ବାଦ ମିଳେ । ତେଣୁ ଏବେ ସମୟ ଆସିଛି ଦିଲ୍ଲୀର ସବୁ ସ୍କୁଲରେ ହନୁମାନ ଚାଳିଶା ପାଠ କରାଯାଉ । ବଜରଙ୍ଗବାଲିଙ୍କ କୃପାରୁ ଦିଲ୍ଲୀର ପିଲାମାନେ କାହିଁକି ବଞ୍ଚିତ ହେବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀରେ ନିର୍ବାଚନ ପୂର୍ବରୁ ହନୁମାନ ମନ୍ଦିର ଯାଇ ଚାଳିଶା ପାଠ କରିଥିଲେ । ଏହାକୁ ନେଇ ବିରୋଧୀ ବିଜେପି ତାଙ୍କୁ ସମାଲୋଚନା କରିବା ସହ ରାଜନୀତି ଆରମ୍ଭ ହୋଇଥିଲା ।

Related posts

୪ ଦିନିଆ ପ।କିସ୍ତାନ ଗସ୍ତରେ ୟୁଏନ ସଚିବ

mahabharatanews

ନୂଅ। ଜୋତା ପିନ୍ଧିଲାବେଳେ ପାଦରେ ଫୋଟକା କିମ୍ବା କ୍ଷତ ସୃଷ୍ଟି ହେଉଛି କି?

mahabharatanews

ଏସ୍‌ସିବି ମେଡ଼ିକାଲ କଲେଜରେ  ୫-ଟି ସଚିବ

mahabharatanews

Leave a Comment