(ମହାଭାରତ): ଋଷିଆର ପୂର୍ବାଞ୍ଚଳରେ ଥିବା ଚୁକୋଟକା ରାଜ୍ୟରେ ଆଜି ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାରୀ ତ୍ରୀବତା ୬.୩ ଜଣାପଡ଼ିଛି । ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି ଜୀବନହାନୀ ହୋଇଥିବା ସୂଚନା ମିଳିନାହିଁ ।
ୟୁରୋପର ମେଡ଼ିଟେରିଆନ ସେସମୋଲଜିକାଲ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ଋଷିଆର ସୁଦୂର ପୂର୍ବରେ ଥିବା ଚିକୋଟକା ଅଞ୍ଚଳରେ ଭାରତୀୟ ସମୟ ଅପରାହ୍ନ ୨ଟା ବେଳେ ଏହି ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଚୁକୋଟକା ରାଜ୍ୟର ରାଜଧାନୀ ଆନାଡ଼ିରଠାରୁ ୪୧୬ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା । ତେବେ ଋଷିଆର ଭୂକମ୍ପ ଗବେଷଣା ସଂସ୍ଥା ଏହି ଭୂମିକମ୍ପର ତ୍ରୀବତା ୪.୬ଥିଲା ବୋଲି ଦାବି କରିଛି । ଏହି ଭୂମିକମ୍ପର ଗଭୀରତା ୧୦ କିଲୋମିଟର ôତଲା ବୋଲି ମେଡ଼ିଟେରିଆନ ସେସମୋଲଜିକାଲ ସେଣ୍ଟର ପକ୍ଷରୁ କୁହାଯାଇଛି ।
ଋଷିଆର ଚିକୋଟକା ରାଜ୍ୟ ଏକ ସ୍ୱୟଂଶାସିତ ଅଞ୍ଚଳ । ପ୍ରତିକୂଳ ପାଗ ଯୋଗୁଁ ଏହି ଅଞ୍ଚଳରେ ଜନସଂଖ୍ୟାର ଘନତ୍ୱ କମ । ଶୀତ ଦିନରେ ଏଠାକାର ତାପମାତ୍ରା ବିଯୁକ୍ତ ୩୫ଡ଼ିଗ୍ରି ପର୍ଯ୍ୟନ୍ତ ଚାଲିଯାଏ । ଏହି କାରଣରୁ ଏହି ଭୂମିକମ୍ପରେ ଅଳ୍ପ ଲୋକ ମୃତାହତ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁସାରେ ଏହି ଅଞ୍ଚଳରେ ନିୟମିତ ବ୍ୟବଧାନରେ ଭୂମିକମ୍ପ ଅନୁଭୂତ ହୋଇଥାଏ ।
