Uncategorized

ଫ୍ଲାଟରୁ ମିଳିଲା ଦୁଇ ଭଉଣିଙ୍କ ଗଳିତ ମୃତଦେହ

(ମୁମ୍ବାଇ) ; ଫ୍ଲାଟରୁ ଆସୁଥିଲା ଦୁର୍ଗନ୍ଧ ! ପଡୋଶୀ ଗନ୍ଧ ଆସୁଥିବା ଅଭିଯୋଗ କରିବା ପରେ ତାଲା ଭାଙ୍ଗି ଦେଖିଲାବେଳକୁ ଝୁଲୁଥିଲା ଦୁଇ ଭଉଣୀଙ୍କ ଗଳିତ ମୃତଦେହ । ଏହାପରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ।୩୩ ବର୍ଷ ବୟସ୍କ ଲକ୍ଷ୍ମୀ ପଂଠାରି ଓ ତାଙ୍କର ୨୬ ବର୍ଷୀୟ ଭଉଣୀ ସ୍ନେହା ପଂଠାରି ଏକାସଙ୍ଗେ ଏହି ଫ୍ଲାଟରେ ରହୁଥିଲେ। ରବାଲେ ପୋଲିସ ଷ୍ଟେସନ ଅଧିକାରୀ କହିଛନ୍ତି, ପୋଲିସ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲା। ଘର ଭିତରେ ଦୁଇ ଭଉଣୀଙ୍କ ଶବ ଝୁଲୁଥିଲା। ଦୁଇ ଭଉଣୀ ଫାସି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଏବଂ ଅଧିକାରି କହିଛନ୍ତି ଦୁଇ ଭଉଣୀ ଘରେ ପିଲାଙ୍କୁ ପ୍ରାଇଭେଟ ଟିଉସନ ପଢାଉଥିଲେ। ଦୁହେଁ ପଡୋଶୀଙ୍କ ସହ ମଧ୍ୟ ବେଶୀ କଥାବାର୍ତ୍ତା କରୁନଥିଲେ। କିଛି କାମ ଥିଲେ କିମ୍ବା କୌଣସି ଅବସରରେ ସେମାନେ ପଡୋଶୀଙ୍କୁ ଦେଖା କରୁଥିଲେ।କିଛି ବର୍ଷ ପୂର୍ବରୁ ଦୁଇ ଭଉଣୀ ନିଜ ପିତାଙ୍କୁ ହରାଇଥିଲେ ଓ ତାଙ୍କ ମା’ ଆତ୍ମହତ୍ୟା କରିଥିଲେ। ଉଭୟଙ୍କୁ ଶେଷଥର ପାଇଁ ଶୁକ୍ରବାର ଦିନ ଦେଖିବାକୁ ମିଳିଥିଲା। ମାମଲାରେ ପୋଲିସ ଯାଞ୍ଚ ଜାରି ରଖିଛି।

 

Related posts

ମାଲେସିୟାରେ ଜଣେ ଭାରତୀୟ ମୃତ

mahabharatanews

ପର୍ଣ୍ଣୋଗ୍ରାଫୀ ଉପରେ ନିୟନ୍ତ୍ରଣ ପାଇଁ ସଂଗଠିତ ହେବାକୁ ହେବ: ରବି ଶଙ୍କର

mahabharatanews

ଆସନ୍ତା ମାସରୁ ଛୋଟ ପିଲାଙ୍କ ଟିକାକରଣ

mahabharatanews