ନୂଆଦିଲ୍ଲୀ: କୋରୋନା ଭୂତାଣୁ ସଂକ୍ରମଣକୁ ନେଇ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏକ ବୈଠକ କରିଛନ୍ତି । ଭାରତ ସରକାର ତରଫରୁ ଏହି ଭୂତାଣୁ ମୁକାବିଲା ପାଇଁ ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି । ଇରାନରେ ଅନେକ କୋରୋନାରେ ମୃତ୍ୟୁ ବରଣ କରିଥିବା ବେଳେ ଏବେ ମଧ୍ୟ ଅନେକ ଭାରତୀୟ ସେଠାରେ ଉପସ୍ଥିତ ଅଛନ୍ତି । ତେଣୁ ସେଠାରେ ଭାରତ ସରକାର ପକ୍ଷରୁ ଏକ ସ୍କ୍ରିନିଂ ସେଣ୍ଟର କରାଯାଇ ଭାରତୀୟଙ୍କ ଯାଞ୍ଚ କରାଯିବ । କେନ୍ଦ୍ରୀୟ ସ୍ୱ।।ସ୍ଥ୍ୟ ଡା ହର୍ଷବର୍ଦ୍ଧନ ବୁଧବାର ସୂଚନା ଦେଇଛନ୍ତି, ଇରାନକୁ ଭାରତ ନିଜର ଏକ ବିଷେଶଜ୍ଞ ଦଳ ପଠାଯାଇଛି, ଯାହା ସେଠାର ଭାରତୀୟଙ୍କୁ ସହାୟତା କରିବ । ଏହା ବ୍ୟତୀତ ଅନ୍ୟ ତିନିଜଣ ବୈଜ୍ଞାନିକ ଇରାନ ପଠାଇ ଦିଆଯାଇଛି, ସେମ।।ନେ ଭାରତୀୟଙ୍କ ସ୍କ୍ରିନିଂ କରିବେ ।
previous post