ଓଡିଶା

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ

(ମହାଭାରତ/ବାରିପଦା): ବାରିପଦା ସଦର ଥାନା ଅଧୀନ ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଇଟାମୁଣ୍ଡିଆ ଗ୍ରାମର ଗୌତମ ମହାନ୍ତ ଓ ଅଜିତ ମହାନ୍ତ ।
ସୂଚନା ଅନୁଯାୟୀ, ଏମାନେ ରବିବାର ବିଳମ୍ବିତ ରାତିରେ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ ଉଭୟ ରାସ୍ତାରେ ପଡିଥିବା ବେଳେ ସେହି ବିବାହ ଭୋଜିରେ ଯୋଗ ଦେଇ ପଛରେ ଫେରୁଥିବା ସେମାନଙ୍କ ସାଙ୍ଗମାନେ ଉଭୟଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେମାନଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିର ପର୍ତ୍ତା ମିଳିପାରି ନାହିଁ ।

Related posts

ଖାତା ମୂଲ୍ୟାୟନ: ପ୍ରଥମ ଦିନରେ ୯୪ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିଲେ

mahabharatanews

ସରିଲା ଆଲୋଚନା ; ଆଜିଠୁ ଖୋଲିବ ୟୁନିଟ୍‌-୧ ମାର୍କେଟ୍‌ 

mahabharatanews

ସ୍କୁଟି- ହାଇବା ଧକ୍କା, ଜଣ ମହିଳାଙ୍କ ମୃତ୍ୟୁ,ପୁତୁରା ଗୁରୁତର

mahabharatanews