Uncategorized

କୋରୋନା: ବ୍ରିଟେନରେ ପ୍ରଥମ ମୃତ୍ୟୁ ସ୍ପଷ୍ଟ, ଆମେରିକାରେ ୧୨

ୱାସିଂଟନ: ଚୀନରୁ ସୃଷ୍ଟ କୋରୋନା ଭୂତାଣୁରେ ପ୍ରାୟ ୩୩୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରିଟେନରେ ପ୍ରଥମ କୋରୋନା ମୃତ୍ୟୁ ଖବର ଆସିଛି । ଚୀନବାହାରେ ସାରା ବିଶ୍ୱରୁ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅପରପକ୍ଷରେ ଆମେରିକା କରୋନାର ମୁକାବିଲ ପାଇଁ ୬.୩ ବିଲିୟନ ଡଲାରର ଫଣ୍ଡ ଜାରି କରିଛି । ସମାଚାର ଏଜେନ୍ସି ପିଟିଆଇ ତରଫରୁ ମିଳିଥିବା ସୂଚନା ପକ୍ଷରୁ ଇଂଲଣ୍ଡର ମୁଖ୍ୟ ମେଡିକାଲ ଅଫିସର କ୍ରିସ ବାଇଟିଙ୍କ ବୟାନ ପ୍ରକାଶ ପାଇଛି । ସେ ଗୁରୁବାର ସୂଚନା ଦେଇଛନ୍ତି, ବ୍ରିଟେନରେ କୋରୋନାରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ଓ ୧୧୫ ଜଣ ସଂକ୍ରମିତ ଅଛନ୍ତି ।

କ୍ରିସ କହିଛନ୍ତି, କୋରୋନା ସଂକ୍ରମଣରେ ଜଣେ ବୟସ୍କଙ୍କ ମୃତ୍ୟୁ ହୋଇଛି । ତାଙ୍କ ଚିକିତ୍ସା ପଶ୍ଚିମ ଲଣ୍ଡନର ରୟାଲ ବର୍କଶାୟର ହସ୍ପିଟାଲରେ ହେଉଥିଲା । ଏଥିସହ ବ୍ରିଟେନରେ ଆଉ ୨୫ ଟି କୋରୋନା ସଂକ୍ରମଣ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୧୭ ଜଣ ନିକଟ ଅତିତରେ ବିଦେଶ ଗସ୍ତରୁ ଫେରିଥିଲେ । ଅପରପକ୍ଷରେ କୋରୋନାରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୧୨ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହା ପରେ ଏବେ ଏହାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଅ।।ରମ୍ଭ ହୋଇ ଯାଇଛି । ସରକାର କୋରୋନା ସହ ଲଢିବାକୁ ୮.୩ ବିଲିୟନ ଡଲାର ଜାରି କରିଛି । ଡେମୋକ୍ରାଟିକ ସିନେଟର ପେଟ୍ରିକ ଲେହ କହିଛନ୍ତି, ଆମେରିକା ନାଗରିକ ଉପଯୁକ୍ତ ନେତୃତ୍ୱ ଚାହୁଁଛନ୍ତି । ସେମାନେ ସରକାରଠ।।ରୁ ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷ।। ସୁନିଶ୍ଚିତ କରାବାକୁ ଚାହୁଁଛନ୍ତି ।

ସୂଚନାଯୋଗ୍ୟ, ଆମେରିକାରେ କୋରୋନାର ପ୍ରଥମ ଚିହ୍ନଟ ଜାନୁଆରୀ ମାସରେ ହୋଇଥିଲା । ଏହା ପରେ ଫେବୃଆରୀ ୨୯ରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୧୫ ରାଜ୍ୟର ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇ ସାରିଛି ଓ ୧୮୦ ଲୋକ ସଂକ୍ରମିତ ଅଛନ୍ତି । ସାରା ବିଶ୍ୱରେ କୋରୋନାରେ ପ୍ରାୟ ୩୩୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୭୭୩୫ ଜଣ ସଂକ୍ରମିତ ଥିବା ଜଣାପଡିଛି । ଚୀନ ପରେ ଇଟାଲୀ ଓ ଇରାନ କୋରୋନାରେ ସବୁଠ।।ରୁ ଅଧିକ ପ୍ରଭାବିତ ହୋଇଛି ।

Related posts

ଅଚାନକ୍‌ କ୍ୟାମେରାରେ କଏଦ୍‌ ହେଲେ ଏକାନ୍ତରେ ରହୁଥିବା ଜନଜାତି, ଚିନ୍ତାରେ ହ୍ୟୁମାନ ରାଇଟ୍ସ ସଂଗଠନ

mahabharatanews

ସତ୍ୟବାଦୀ ବିଜେଡିର ପ୍ରତିଷ୍ଠା ଦିବସରେ ଯୋଗଦେଲେ ପର୍ୟ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଉଁଶ ମାଛ

mahabharatanews