ଓଡିଶା

ଚଣ୍ଡିଖୋଲ ଠାରେ ଫ୍ରି କିଚେନ ସେଣ୍ଟର

(କୀର୍ତ୍ତିରାଜ ସ୍ୱାଇଁ, ବଡ଼ଚଣା): ଆଜି ବଡ଼ଚଣା ବ୍ଳକର ସୁଙ୍ଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଚଣ୍ଡିଖୋଲ ସ୍ଥିତ ପଞ୍ଚାୟତ କାର୍ୟ୍ୟାଳୟଠାରେ ଫ୍ରି କିଚେନ ସେଣ୍ଟର୍ ଆରମ୍ଭ ହୋଇଯାଇଛି। ଏଠାରେ ଗରିବ ଏବଂ ବେକାର ଅବହେଳିତ ଭିକାରୀ ଅସହାୟ ଲୋକମାନଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଛି। ଏହି କାର୍ୟ୍ୟକ୍ରମରେ ସରପଞ୍ଚ ଚାଚାଲିନ୍ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ସଞ୍ଜୟ କୁମାର ସ୍ବାଇଁ, ନାଏବ ସରପଞ୍ଚ ଗୋଲାମ ଆରିଫ୍ ଲୋକମାନଙ୍କୁ ହାତରେ ବାଢିକି ଖାଇବାକୁ ଦେଇଥିଲେ। ଏହି କାର୍ୟ୍ୟକ୍ରମ ସବୁଦିନ ଚାଲିବ ବୋଲି ସରପଞ୍ଚ ଚାଚାଲିନ୍ ସ୍ୱାଇଁ ସୂଚନା ଦେଇଥିଲେ।

Related posts

ସେପ୍ଟେମ୍ବରରେ ଓଡି଼ଶା ଆସିବେ ଜେପି ନଡ୍ଡା

mahabharatanews

ରାଜ୍ୟସ୍ତରୀୟ ନାଟକ ଉତ୍ସବ ଉଦ୍ୟାପିତ

mahabharatanews

ବିନା ଭକ୍ତରେ ହେବ ରଥଯାତ୍ରା

mahabharatanews