Uncategorized

ଶୌର୍ଯ୍ୟ ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ

ନୂଆଦିଲ୍ଲୀ: ଆଜି ହେଉଛି ସିଆରପିଏଫର ଶୌର୍ଯ୍ୟ ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ ଟୁଇଟ କରି ସିଆରପିଏଫର ବୀର ଯୋଦ୍ଧାଙ୍କ ଶୌର୍ଯ୍ୟକୁ ମନେପକାଇବାକୁ ଯାଇ ଉଲ୍ଲେଖ କରିଛନ୍ତି, ୧୯୬୫ ଆଜିର ଦିନରେ ଗୁଜୁରାଟର ସରଦାର ପୋଷ୍ଟରେ ସିଆରପିଏଫ ଯବାନ ଯେଉଁ ସ୍ୱର୍ଣ୍ଣିଭ ଇତିହାସ ରଚିଥିଲେ, ତାହା ଅସାମାନ୍ୟ ବୀରତା ଓ ବଳିଦାନର ପରିଚୟ ଦେଇଥିଲା । ଏହା ସର୍ବଦା ଅବିସ୍ମରଣୀୟ ହୋଇ ରହିବ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସିଆରପିଏଫ ଦିବସରେ ସିଆରପିଏଫ ଜବାନଙ୍କୁ ସାଲୁଟ କରିବା ସହ ସେମାନଙ୍କ ବୀରତ୍ୱର ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ସିଆରପିଏଫ ଯବାନଙ୍କ ଗୁଜୁରାଟ ସର୍ଦ୍ଦାର ପଟେଲ ପୋଷ୍ଟର ବଳିଦାନକୁ ମନେ ପକାଇବା ସହ ସେହି ସହିଦମାନଙ୍କ ବଳିଦାନକୁ ଚିରସ୍ମରଣୀୟ ବୋଲି ଟୁଇଟର ମାଧ୍ୟମରେ ଜଣାଇଛନ୍ତି ।

Related posts

ସେପ୍ଟେମ୍ବର ୧୦ରେ ବାୟୁସେନାରେ ସାମିଲ ହେବ ରାଫେଲ

mahabharatanews

ଦିବ୍ରୁଗଡରେ କର୍ଫ୍ୟୁ କୋହଳ, ଇଣ୍ଟରନେଟ ବନ୍ଦ

mahabharatanews

ଡେରାଡୁନରେ ୧୦ମ ପ୍ଲାଷ୍ଟିକ ବ୍ୟାଙ୍କ ସ୍ଥାପନ

mahabharatanews