Uncategorized

ଦେଶରେ ୨୪ ଘଣ୍ଟାରେ ୭୫ ହଜାର ୭୬୦ କରୋନା ଆକ୍ରାନ୍ତ ଚିହ୍ନଟ

(ନୂଆଦିଲ୍ଲୀ): ଦେଶରେ କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।  ଗତ ୨୪ ଘଣ୍ଟାରେ ଭାରତରେ ୭୫ ହଜାର ୭୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୧୦ ହଜାର ୨୩୪ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୦୨୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦ ହଜାର ପାର କରିଛି। ଏଥିସହ ସମୁଦାୟ ମୃତ୍ୟୁ ସଂଖ୍ୟା ୬୦ ହଜାର ୪୭୨କୁ ବୃଦ୍ଧି ପାଇଛି। ଦେଶରେ ଏବେ ୭ଲକ୍ଷ ୨୫ ହଜାର ୯୯୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ୨୫ ଲକ୍ଷ ୨୩ ହଜାର ୭୭୧ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ସଂଘ ପରିବାରର ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ଲକ୍ଷ୍ୟରେ ସିଏଏ ଆୟୁଧ: କେରଳ ମୁଖ୍ୟମନ୍ତ୍ରୀ

mahabharatanews

ପଶ୍ଚିମ ବଙ୍ଗ ସରକାରକୁ କୋଲକାତା ହାଇକୋର୍ଟଙ୍କ ଶକ୍ତ ଧକ୍କା

mahabharatanews

ବିକାଶର ଏନକାଉଣ୍ଟରକୁ ନେଇ ୟୁପି ପୁଲିସ ପ୍ରଶାସନ ଓ ସରକାର ଉପରେ ପ୍ରଶ୍ନବାଚୀ

mahabharatanews