Uncategorized

ହୁଇସିଲ ମାରିବା ମହଙ୍ଗା ପଡିଲା ସବୁ ଛାତ୍ରଙ୍କୁ

(ହରିୟାଣା) ; ଜଣେ ଛାତ୍ର ଶକ୍ଷୟତ୍ରୀଙ୍କୁ ହୁଇସିଲ ମାରିଲେ କିନ୍ତୁ ଦଣ୍ଡ ପାଇଲେ ସବୁ ଛାତ୍ର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣା ଫତେହାବାଦ ଜିଲ୍ଲାରେ । ସୂଚନା ଅନୁଯାୟୀ ଛାତ୍ର ମାନଙ୍କ କହିବା ଅନୁଯାୟୀ ଗୁରୁଦିବସ ପରଦିନ କ୍ଲାସ ସମୟରେ ମହିଳା ଅଧ୍ୟାପକ ପଢ଼ିବାକୁ ଯେମିତି ଶ୍ରେଣୀଗୃହରେ ପ୍ରବେଶ କଲେ ପଛରେ ବସିଥିବା ଜଣେ ଛାତ୍ର ସିଟି ମାରିଦେଇଥିଲା। ଫଳରେ ଅଧ୍ୟାପିକା ପିଟିଆଇ ରଜନୀ, କମ୍ୟୁଟେର ଆଟେଣ୍ଡାଣ୍ଟ ମାଙ୍ଗେରାମ ଓ ଶିକ୍ଷକ ଚରଣଜିତ ସିଂହ ବାଡ଼ିରେ ସବୁ ପିଲାଙ୍କୁ ଅତି ନିର୍ଦ୍ଦୟ ଭାବେ ବାଡେଇଥିଲେ । ଛାତ୍ରର ଅଣ୍ଟା, ହାତ, ପିଠିରେ ମାଡ ଚିହ୍ନ ମଧ୍ୟ ଅଛି। ଫଳରେ ଛାତ୍ରଙ୍କ ପରିବାର ଲୋକେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି।ଖଣ୍ଡ ଶିକ୍ଷା ଅଧିକାରୀ ମୁକେଶ ଶର୍ମାଙ୍କୁ ଫୋନ ରେ ଯୋଗା ଯୋଗ କରାଯାଇଥିଲା ଏବଂ ସେ କହିଥିଲେ ମାମଲା ତାଙ୍କ ନଜରକୁ ଆସିଛି। କେହି ଜଣେ ଛାତ୍ର ମହିଳା ଅଧ୍ୟାପକ ଆସିବା ପରେ ସିଟି ମାରିଥିଲେ। କିଏ ସିଟି ମାରିଥିଲା ବୋଲି ଶିକ୍ଷକ ଛାତ୍ରଙ୍କୁ ପଚାରିବା ସହ ସେମାନଙ୍କୁ ମାଡ ମଧ୍ୟ ମାରିଛନ୍ତି। ମାମଲାରେ ସମସ୍ତ ସୂଚନା ସଂଗ୍ରହ କରିବାକୁ ପ୍ରୟାସ କରାଯାଉଛି ଏବଂ ଶୀଘ୍ର ମାମଲାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Related posts

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିରୋଧ

mahabharatanews

ସାପ କାମୁଡ଼ାରେ ଭାଇଭଉଣୀ ମୃତ

mahabharatanews

କେଜରିୱାଲ ସରକାର ଏକ କାଳୀନ: ଚାକୋ

mahabharatanews