ଓଡିଶା

ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି

ବ୍ୟୁରୋ:ଉଚ୍ଛେଦ ହେଲା ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା । ରାଜ୍ୟ କ୍ୟାବିନେଟ ବୈଠକରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ସମ୍ବୋଧନ ଦେବା ସମୟରେ ଏହା ଘୋଷଣା କରିଛନ୍ତି । ଏହି ନିଷ୍ଫତି ପରେ ୫୭ ହଜାରରୁ ଅଧିକ ଆଶାୟୀ କର୍ମଚାରୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ସେପଟେ ନବୀନ କହିଛନ୍ତି ଚୁକ୍ତି ଭିତ୍ତିକ ଯୁଗ ଉଚ୍ଛେଦ ହେଲା । ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ୧୩୦୦ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏ ନେଇ ଆସନ୍ତା କାଲି ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ଘୋଷଣା ପରେ ଓଡିଶାରେ ଏକ ଐତିହାସିକ ଘୋଷଣା ହୋଇଥିବା ଚର୍ଚ୍ଚା ହେଉଛି ।

Related posts

କରୋନାକୁ ହରାଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା

mahabharatanews

‘ରାଜ୍ୟରୁ ସ୍କ୍ରବ ଟାଇଫସ ସଂଖ୍ୟା ୨ହଜାରରୁ ଅଧିକ’; ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ସ୍କୁଲ ବସ ପାଇଁ ଗାଇଡଲାଇନ

mahabharatanews