ମନୋରଞ୍ଜନ

ଦର୍ଶକଙ୍କ ମନ ମୋହୁଛି ଅନୁଭବଙ୍କ ଫିଲ୍ମ ‘ଲଭ ଇନ୍ ଲଣ୍ଡନ୍‌’

(ଭୁବନେଶ୍ୱର) :  ଗତକାଲି ରିଲିଜ ହୋଇଯାଇଛି ସାଂସଦ ଅନୁଭବ ମହାନ୍ତିଙ୍କ ଅଭିନୀତ ଫିଲ୍ମ  ‘ଲଭ ଇନ୍ ଲଣ୍ଡନ୍‌’। ଯାହା ଏବେ ଦର୍ଶନକ ମନା ମୋହୁଛି  । ହଲରେ ଫିଲ୍ମଟି ହାଉସ ଫୁଲ ରହିଛି  । ରଜର ପିଠା ପାନ ସାଙ୍ଗକୁ ଫିଲ୍ମର ମଜା ନେଇଛନ୍ତି ରାଜଧାନୀବାସୀ  । ତେବେ ୯ ଅର୍ଥାତ  (ଶୁକ୍ରବାର) ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥା’ନ୍ତା। କିନ୍ତୁ ରେଳଦୂର୍ଘଟଣା ସମସ୍ତଙ୍କ ମନରୁ ଲିଭିନଥିବାରୁ ଏପରି ଏକ ଦୁଃଖଦ ସମୟରେ ଚଳଚ୍ଚିତ୍ରକୁ ମୁକ୍ତିଲାଭ ନ କରାଇବା ପାଇଁ  ପ୍ରଥମେ ସାଂସଦ ଅନୁଭବ ମହାନ୍ତି ଅନୁରୋଧ କରିବା ପରେ ଏହି କ୍ରମରେ ପ୍ରଯୋଜନା ସଂସ୍ଥା  ରାଜି ହୋଇଛି ।

ସୂଚନାନୁଯାୟୀ , ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ବେଶ ଆଶାବାଦୀ ରହିଛନ୍ତି ନିର୍ମାତା ।    ତେବେ  ଆୟ ହେବାକୁ ଥିବା ଅର୍ଥର ଦଶ ଭାଗ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରାଯିବ ବୋଲି କୁହାଯାଇଛି।

Related posts

ଡିପ୍‌ଫେକ୍‌ ଭିଡିଓ ମାମଲାର ଶିକାର ହେଲେ ଅଭିନେତ୍ରୀ ଆଲିଆ  

mahabharatanews

ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ କିଙ୍ଗ ଖାନ 

mahabharatanews

ଗୋଲ୍‌ଡେନ୍‌ ମନ୍ଦିରରେ ପରିଣୀତି ଓ ରାଘବ

mahabharatanews