ଭାରତ

୯ ବର୍ଷରେ ଭାରତ ୩୮୯ଟି ‌ବିଦେଶୀ ସାଟେଲାଇଟ୍‌ କରିଛି ଉତ୍‌କ୍ଷେପଣ 

(ଦିଲ୍ଲୀ) :  ଗତ ୯ ବର୍ଷରେ ଭାରତ ୩୮୯ଟି ‌ବିଦେଶୀ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିଛି । ଏକଥା ଆମେ କହୁନୁ ବରଂ ୩,୩୦୦ କୋଟି ଟଙ୍କା ଆୟ କରିଥିବା କଥା ବୁଧବାର ଦିନ କେନ୍ଦ୍ର ସରକାର ମହାକାଶ କ୍ଷେତ୍ରରେ ଦେଶର କୃତ୍ବିତ୍ବ ରିପୋର୍ଟ ପ୍ରକାଶ କରି କହିଛନ୍ତି।

ସୂଚନାନୁଯାୟୀ ,  ଏନ୍‌ଡିଏ’ ସରକାରଙ୍କର ୯ ବର୍ଷର ଶାସନ କାଳରେ ‘ଇସ୍ରୋ’ ଉତ୍‌କ୍ଷେପଣ କରିଥିବା ୪୨୪ଟି ସାଟେଲାଇଟ୍‌ରୁ  ୩୮୯ଟି ହେଉଛି ବିଦେଶୀ ରାଷ୍ଟ୍ରମାନଙ୍କର। ୨୦୧୪ ପୂର୍ବରୁ ମାତ୍ର ୩୫ଟି ବିଦେଶୀ ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଥିଲା। ମହାକାଶ ଅଭିଯାନରୁ ଲାଭ ଭାବେ ଗତ ୯ ବର୍ଷରେ ୩୮୯ଟି ବିଦେଶୀ ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ଦେଶ ୩,୩୦୦ କୋଟି ଟଙ୍କା ଆୟ କରିଛି।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୯୯୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଗଜପତି ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

mahabharatanews

ମୃତ୍ୟୁ ବରଣ କଲେ ବିଷ ପିଇଥିବା ସାଂସଦ 

mahabharatanews