ଭାରତ

ଚନ୍ଦ୍ର ପରେ ସୂର୍ଯ୍ୟଙ୍କ ନିକଟରେ ପହଂଚିବ ଭାରତ  

(ଦିଲ୍ଲୀ) : ଭାରତର ‘ମିଶନ୍ ଚନ୍ଦ୍ର’ ‘ଚନ୍ଦ୍ରଯାନ-୩ ‘କୁ ମିଳିଛି ବଡ଼ ସଫଳତା । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରଯାନ -୩କୁ ଚନ୍ଦ୍ରର ଦକ୍ଷିଣ ପୋଲରେ ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଛି । ଏହା ପରେ, ‘ISRO Mission Aditya L1’ ଅଧୀନରେ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବାକୁ ଆରମ୍ଭ କରିଦେଇଛି ପ୍ରସ୍ତୁତି ।

ସେପ୍ଟେମ୍ବର ୨ରେ, ISRO PSLV ରକେଟ୍ ମାଧ୍ୟମରେ ସତୀଶ ଧାୱନ ସ୍ପେସ୍ ସେଣ୍ଟର SHAR (SDSC SHAR) ଶ୍ରୀହାରିକୋଟା ଠାରୁ ଆଦିତ୍ୟ- L1 ଲଞ୍ଚ କରିବା ନେଇ ସୂଚନା ରହିଛି । ISROର ‘ଆଦିତ୍ୟ L1’ ମିଶନ୍ ହେଉଛି ଭାରତୀୟ ସ୍ପେସ୍ ଏଜେନ୍ସିର ସବୁଠାରୁ କଷ୍ଟକର ମିଶନ୍ ।

ISRO ମୁଖ୍ୟ ଏସ ସୋମନାଥ ମଧ୍ୟ କହିଛନ୍ତି ଯେ ଭାରତ ବର୍ତ୍ତମାନ ସୂର୍ଯ୍ୟଙ୍କ ଉପରେ ରିସର୍ଚ କରୁଛି । ସେ କହିଛନ୍ତି, “ଗତ କିଛି ମାସ ହେବ ମହାକାଶ ଏଜେନ୍ସିର ଧ୍ୟାନ ଚନ୍ଦ୍ରଯାନ-3 ଉପରେ ଥିଲା ଏଥିସହିତ ସମାନ ସମୟରେ ISRO ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛି ଯାହା ଆସନ୍ତା ମାସରେ ଉଡ଼ିବାକୁ ପ୍ରସ୍ତୁତ ହେଉଛି ।

Related posts

ଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ, ଦିବ୍ୟାଙ୍ଗଙ୍କ ପାଇଁ ଦିନଟିଏ

mahabharatanews

ଏୟାର ଟର୍ବୁଲାନ୍ସ ଯୋଗୁଁ ଜଣେ ଯାତ୍ରୀ ମୃତ, ୩୦ ଯାତ୍ରୀ ଆହତ

mahabharatanews

ଥମୁନି ମଣିପୁର ହିଂସା : ଜୁନ୍‌ ୧୦ ଯାଏଁ ଇଣ୍ଟରନେଟ୍ ବନ୍ଦ

mahabharatanews