ଓଡିଶା

ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ

(ଭୁବନେଶ୍ୱର) : ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ । କୋରାପୁଟ ଜିଲ୍ଳା ଜୟପୁରକୁ ଉଡ଼ିଲା ଦ୍ୱିତୀୟ ବିମାନ । ଭୁବନେଶ୍ୱରରୁ ଇଣ୍ଡିଆୱାନ୍ ଏୟାର ବିମାନଟି ଆଜି ସକାଳ ୭.୧୦ରେ ଉଡ଼ାଣ ଭରି ସକାଳ ୮.୪୫ ରେ ଜୟପୁରରେ ପହଞ୍ଚିଛି । ସେହିପରି ୯ଟାରେ ଜୟପୁରରୁ ଛାଡି ୧୦.୩୫ରେ ଭୁବେନଶ୍ୱରରେ ପହଞ୍ଚିବ । ବିମାନଟି ସପ୍ତାହକୁ ଦୁଇ ଦିନ ଅର୍ଥାତ୍ ସୋମବାର ଓ ଶୁକ୍ରବାର ଇଣ୍ଡିଆ ୱାନ୍ ପକ୍ଷରୁ ଚଳାଚଳ କରିବ ।

ସୂଚନାନୁଯାୟୀ , ଏହି ବିମାନ ସେବା ଦ୍ୱାରା କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି କୁହାଯାଇଛି । ଏହି ବିମାନରେ 9 ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ବ୍ୟବସ୍ଥା ରହିଛି । ଜୟପୁରକୁ ଗୋଟିଏ ବିମାନ କମ୍ ପଡୁଥିବାର ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗ୍ରସ୍ତ ସମୟରେ ଆଉ ଏକ ବିମାନ ଚଳାଇବାକୁ ଅନୁରୋଧ କରିଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ଏହି ଦାବି ଉପରେ ମୋହର ମାରିଥିବାରୁ ଜୟପୁରବାସୀ କୃତଜ୍ଞତା ଜଣାଇଛନ୍ତି ।

Related posts

୩୦ ଜିଲାରୁ ଆଉ ୨ ହଜାର ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ନାବାଳିକା ଗଣଦୁଷ୍କର୍ମ ମାମଲା: କୋର୍ଟରେ ହାଜର ହେଲେ ପୁଲିସ୍‌ ମହାନିର୍ଦ୍ଦେଶକ

mahabharatanews

ବଢୁଛି ତାତି : ୧୫ରୁ ବର୍ଷା ସମ୍ଭାବନା

mahabharatanews