ଓଡିଶାଦୁର୍ଘଟଣା

ଦୁଇ କାର ଧକ୍କାରେ ଚାଲିଗଲା ମା’ ଝିଅର ଜୀବନ

ଅନୁଗୁଳ/ ସୁଧାକର ସାହୁ: କାରକୁ ଧକ୍କା ଦେଲା କାର ଚାଲିଗଲା ମା’ ଝିଅର ଜୀବନ । ଏଭଳି ଘଟରା ଘଟିଛି ଅନୁଗୁଳ ରୁ ଆଠଗଡ ଯାଇଥିବା ମୁଖ୍ୟ ରାସ୍ତାରେ । ତେବେ ମୃତକ ଝିଅ ସଞ୍ଜୁକ୍ତା ପ୍ରଧାନ ହୋଇଥିବା ବେଳେ ମା’ ଦୁର୍ଗାବତୀ ପ୍ରଧାନ ବୋଲି ଜଣାପଡିଛି ।
ସୂଚନା ଅନୁଯାଇ , ସଂଯୁକ୍ତା , ତାଙ୍କ ମା ଦୁର୍ଗାବତୀ ପ୍ରଧାନ ଓ ଭାଉଜଙ୍କ ସହ ଏକ କ୍ରେଟା କାରରେ ଆଠଗଡ ଆଡକୁ ଯାଉଥିଲେ । ଖଣ୍ଡହତା ନିକଟରେ ଦ୍ରୁତ ଗତିରେ ଆଉ ଏକ କାର ଆସି ସାମ୍ନାରୁ ଧକ୍କା ଦେଇଥିଲା । ଫଳରେ ମା ଓ ଝିଅ ଥିବା କାରଟି ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଆସି ଓଲଟି ପଡିଥିବା କାରରୁ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଡାକ୍ତର ସେଠାରେ ସଂଯୁକ୍ତା ଓ ମା ଦୁର୍ଗାବତୀଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଝିଅ ସଂଯୁକ୍ତା ପ୍ରଧାନ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଜଣେ ବରିଷ୍ଠ କିରାଣୀ ଥିଲେ। ଅନ୍ୟ ଜଣେ ମହିଳା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଅନ୍ୟ କାରରେ ଥିବା ଦୁଇଜଣ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Related posts

ହିଂଜିଳି ସହରରେ ଯିବା ଆସବା ନେଇ ରୋକ ଲଗାଇଲା ପୁଲିସ

mahabharatanews

କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ

mahabharatanews

କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ପର୍ଯ୍ୟଟକଙ୍କ ଚଢ଼ିବା ଉପରେ କଟକଣା ଜାରି କରିଛି ଏଏସ୍‌ଆଇ

mahabharatanews