ଓଡିଶାଦୁର୍ଘଟଣା

ଦୁଇ କାର ଧକ୍କାରେ ଚାଲିଗଲା ମା’ ଝିଅର ଜୀବନ

ଅନୁଗୁଳ/ ସୁଧାକର ସାହୁ: କାରକୁ ଧକ୍କା ଦେଲା କାର ଚାଲିଗଲା ମା’ ଝିଅର ଜୀବନ । ଏଭଳି ଘଟରା ଘଟିଛି ଅନୁଗୁଳ ରୁ ଆଠଗଡ ଯାଇଥିବା ମୁଖ୍ୟ ରାସ୍ତାରେ । ତେବେ ମୃତକ ଝିଅ ସଞ୍ଜୁକ୍ତା ପ୍ରଧାନ ହୋଇଥିବା ବେଳେ ମା’ ଦୁର୍ଗାବତୀ ପ୍ରଧାନ ବୋଲି ଜଣାପଡିଛି ।
ସୂଚନା ଅନୁଯାଇ , ସଂଯୁକ୍ତା , ତାଙ୍କ ମା ଦୁର୍ଗାବତୀ ପ୍ରଧାନ ଓ ଭାଉଜଙ୍କ ସହ ଏକ କ୍ରେଟା କାରରେ ଆଠଗଡ ଆଡକୁ ଯାଉଥିଲେ । ଖଣ୍ଡହତା ନିକଟରେ ଦ୍ରୁତ ଗତିରେ ଆଉ ଏକ କାର ଆସି ସାମ୍ନାରୁ ଧକ୍କା ଦେଇଥିଲା । ଫଳରେ ମା ଓ ଝିଅ ଥିବା କାରଟି ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଆସି ଓଲଟି ପଡିଥିବା କାରରୁ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଡାକ୍ତର ସେଠାରେ ସଂଯୁକ୍ତା ଓ ମା ଦୁର୍ଗାବତୀଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଝିଅ ସଂଯୁକ୍ତା ପ୍ରଧାନ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଜଣେ ବରିଷ୍ଠ କିରାଣୀ ଥିଲେ। ଅନ୍ୟ ଜଣେ ମହିଳା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଅନ୍ୟ କାରରେ ଥିବା ଦୁଇଜଣ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Related posts

୪ରୁ ଏକ ଲଘୁଚାପ ,ବଢିବ ବର୍ଷା 

mahabharatanews

ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ପଳାଶୁଣୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

mahabharatanews