ଓଡିଶାଦୁର୍ଘଟଣା

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ , ଅଳ୍ପକେ ବର୍ତିଲେ ୫୦ଉର୍ଦ୍ଧ ବସଯାତ୍ରୀ

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ । ଅଳ୍ପକେ ବର୍ତିଲେ ୫୦ଉର୍ଦ୍ଧ ବସଯାତ୍ରୀ । ଦୁର୍ଘଟଣା ସ୍ଥଳରେ ୧୦ରୁ ଉର୍ଦ୍ଧ ବସ ଯାତ୍ରୀ ଗୁରୁତର । ସମସ୍ତଙ୍କୁ ପୁରୁଣାକଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା । ବସଟି ବୌଦ୍ଧ ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇ ଟ୍ରକ ଫେରାର ମାରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ପ୍ରାଥମିକ ତଦନ୍ତରୁ ଜଣାପଡିଛି କି ସମସ୍ତ ଯାତ୍ରୀ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର । ସେମାନେ ଦାରିଙ୍ଗବାଡିରୁ ପିକନିକ କରି ଘରକୁ ଫେରୁଥିବା ସମୟରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକ କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

Related posts

ବୌଦ୍ଧ RTO ବସନ୍ତ ମହାପାତ୍ର ଙ୍କ ଘରେ ଭିଜିଲାନ୍ସ ରେଡ

mahabharatanews

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ୍ୟୁ 

mahabharatanews