ଅପରାଧଓଡିଶା

ନୟାଗଡ଼ ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ।

ନୟାଗଡ଼ ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ। ଚଢ଼ାଉ ବେଳେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ସଦର ଥାନା ପୁଲିସ। ସେମାନେ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ମଗରବନ୍ଧ ଗାଁର ରାଜୀବ ପ୍ରଧାନ, ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁ ର ଦିଲ୍ଲୀପ କୁମାର ନାୟକ, ସଦର ଥାନା ଅନ୍ତର୍ଗତ ଞ୍ଜଳଗାଡ଼ିଆ ଗାଁ ର ଧ୍ରୁବ ବରାଡ଼ ଏବଂ ବଢିଆସାହି ଗାଁ ର କୁନା ସ୍ବାଇଁ ଙ୍କ ସହ ଟାଉନ ଥାନା ଅନ୍ତର୍ଗତ ସିନ୍ଦୂରିଆର ତଇବୁଦ୍ଦିନ ମଲ୍ଲିକ୍। ଅଭିଯୁକ୍ତ ଦିଲ୍ଲୀପ ନାୟକ ସ୍ଥାନୀୟ ଇଟାମାଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ନିକଟରୁ ପୁଲିସ ୪୬,୨୭୦ ଟଙ୍କା ସହ ୫ଟି ବାଇକ୍ ଓ ୩ଟି ମୋବାଇଲ ଫୋନ୍ ଜବତ କରିଛି। ବହୁ ଦିନ ହେବ ସଦର ଥାନା ଅଞ୍ଚଳ ହିଞ୍ଜଳ ଗାଡ଼ିଆ ନିକଟ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନୟାଗଡ଼ର ଅତିରିକ୍ତ ଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନିର୍ଦ୍ଦେଶରେ ସଦର ଥାନା ଇନ୍ସପେକ୍ଟର ପ୍ରିୟତମା ପ୍ରଧାନଙ୍କ ନେତୃତ୍ବରେ ଏହି ଜୁଆ ଆଡ୍ଡା ଉପରେ ଚଢ଼ଉ ହୋଇଥିଲା। ଜୁଆ ଆଡ୍ଡା ରେ ଚଢାଉ ବେଳେ ଅନ୍ୟ ଅଭିଯୁକ୍ତ ମାନେ ସେଠାରୁ ଖସି ପଳାଇ ଯାଇଥିବା ବେଳେ ଏହି ପାଞ୍ଚ ଅଭିଯୁକ୍ତ ପୁଲିସ କବଜାରେ ଧରା ପଡ଼ିଯାଇଛନ୍ତି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଧରିବା ନେଇ ଅତିରିକ୍ତ ଏସ୍ପି ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି।

Related posts

ନୂତନ ପ୍ରଧାନଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା

mahabharatanews

ମୋଟୁ ଠାରେ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭ

mahabharatanews

ଆଜି କଣ୍ଟାମାଳ ଦୁଇଟି ବୁଥରେ ସାନି ମତଦାନ

mahabharatanews