ଓଡିଶା

ସାଧାରଣତନ୍ତ୍ର ଦିବସରେ ମନ କିଣିଲା ରୁକଣା ରଥ , ଦ୍ୱିତୀୟ ଶ୍ରେଷ୍ଠ ମେଢ ଭାବେ ହେଲା ସମ୍ମାନୀତ

(ନୂଆଦିଲ୍ଳୀ ): ୭୧ ତମ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ଝଲସିଥିଲା ଓଡ଼ିଆ ପାରମ୍ପରିକ କଳାକୃତି। ପ୍ରଜ୍ଞାପନ ମେଢ଼ରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତି ସ୍ଥାନ ପାଇଥିଲା। ଯାହାକି ଦେଖେଣା ହାରୀଙ୍କ ଦ୍ୱାରା ବେଶ ପ୍ରସଂର୍ଶିତ ହୋଇଥିଲା । ଓଡ଼ିଶାର ଏହି ପ୍ରଜ୍ଞାପନ ମେଢକୁ ଦ୍ୱିତୀୟ ଶ୍ରେଷ୍ଠ ମେଢ଼ ଭାବେ ପୁରସ୍କାର ମିଳିଛି । ପରେଡରେ ସ୍ଥାନ ପାଇଥିବା ମେଢ ମଧ୍ୟରେ ଆସାମ ପ୍ରଜ୍ଞାପନ ମେଢ଼କୁ ପ୍ରଥମ ସ୍ଥାନ ମିଳିଥିବାବେଳେ ଉତ୍ତରପ୍ରଦେଶ ୩ୟ ସ୍ଥାନ ହାସଲ କରିଛି।
ଖାଲି ରୁକୁଣା ରଥ ନୁହେଁ ମେଢ଼ରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସମସ୍ତଙ୍କ ମନ ଜିଣିଥିଲା। ଖୋଦ୍‌ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦିଲ୍ଲୀ ରାଜପଥରେ ଗଡୁଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖି ଅଭିଭୂତ ହେବା ସହ କରତାଳି ଦେଇ ସ୍ବାଗତ କରିଥିଲେ। ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ, ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ପରିକଳ୍ପନାରେ ଏହି ମେଢ଼ ପ୍ରସ୍ତୁତ ହୋଇଥିବାବେଳେ ଏଥିରେ ଶିଳ୍ପୀ ଛତ୍ରପତି ବିଶ୍ବାଳ ଓ ତପନ ମହାରଣା ସହଯୋଗ କରିଥିଲେ। ସୋମବାର ମେଢ଼ରେ ସାମିଲ ହୋଇଥିବା ସମସ୍ତ କଳାକାର ରାଷ୍ଟ୍ରପତିଙ୍କ ମୋଗଲ ଗାର୍ଡେନକୁ ନିମନ୍ତ୍ରିତ ହୋଇଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସେମାନେ କିଛି ସମୟ ବିତାଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ସମସ୍ତ କଳାକାରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପୁରସ୍କୃତ କରିବା କାର୍ୟ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ଏହି କଳାକାରମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରଶଂସିତ ହୋଇଥିଲେ।

Related posts

କୋଭିଡ-୧୯ ହସ୍ପିଟାଲ ଉପରେ ବାୟୁ ସେନାର ପୁଷ୍ପ ବୃଷ୍ଟି

mahabharatanews

ଓଡ଼ିଶା ପୁଲିସରେ ବଡ଼ ପଦକ୍ଷେପ, ବରିଷ୍ଠ IPS ଅଧିକାରୀ ସସ୍ପେଣ୍ଡ

mahabharatanews

ଆଗାମୀ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

mahabharatanews