Uncategorized

କର୍ମଚାରୀଙ୍କ ଦରମା ଦେବାକୁ ଦିଲ୍ଳୀ ସରକାର ଅକ୍ଷମ

ନୂଆଦିଲ୍ଲୀ: ସମ୍ପ୍ରତ୍ତି ଦିଲ୍ଲୀ ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ଅକ୍ଷମ । ଏଥିନେଇ କେନ୍ଦ୍ରକୁ ୫ ହଜାର କୋଟି ଟଙ୍କା ସହାୟତା ମଗାଯାଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।
ଦିଲ୍ଲୀ ଅର୍ଥ ମନ୍ତ୍ରୀ ସିସୋଦିଆ କହିଛନ୍ତି, ଦିଲ୍ଲୀ ସରକାର କର୍ମଚାରୀମାନଙ୍କୁ ଦରମା ଦେବା ତଥା ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ମାସକୁ ୩ ହଜାର ୫ ଶହ କୋଟି ଟଙ୍କା ଆବଶ୍ୟକ କରିଥାଏ। ଗତ ଦୁଇ ମାସ ମଧ୍ୟରେ ଜିଏସଟି ସଂଗ୍ରହ ଏକ ହଜାର କୋଟି ଟଙ୍କା ହୋଇଥିବା ବେଳେ କର୍ମଚାରୀଙ୍କୁ ଦରମା ଦେବାକୁ ଅତି କମରେ ୭ ହଜାର କୋଟି ଟଙ୍କା ଆବଶ୍ୟକ ହେଉଛି । ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିପର୍ୟ୍ୟୟ ପ୍ରଶମନ ପାଣ୍ଠିରୁ ଦିଲ୍ଲୀ କିଛି ପାଇ ନ ଥିବାରୁ ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୫ ହଜାର କୋଟି ଟଙ୍କା ଦେବାକୁ ପତ୍ର ଲେଖିଛନ୍ତି।

Related posts

୨ ନଂ ଜାତୀୟ ରାଜପଥରେ ଦୁର୍ଘଟଣା: ୫ ମୃତ, ୧୨ ଆହତ

mahabharatanews

ଅପହୃତା ମା’ଙ୍କ ପ୍ରଶ୍ନ: ଝିଅ ଜନ୍ମ ହେଲେ କଣ ହତ୍ୟା କରିବୁ?

mahabharatanews

ୟୁଏଇର ପ୍ରଥମ କୋରୋନା ସଂକ୍ରମଣ ଚିହ୍ନଟ

mahabharatanews