Uncategorized

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

ଲକ୍ଷ୍ନୌ: ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକ ଆହତ ହୋଇଛନ୍ତି। । ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏପରି ସ୍ଥିତି ଉପୁଜିଛି । ଦୁର୍ଘଟଣା ହେବା ପରେ ଡ୍ରାଇଭର ସମେତ ୪ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି।
ଲକ୍ଷ୍ନୌର କାକୋରି ଥାନା ଅଧୀନ ହରଦୋଇ-କାକୋରି ରୋଡ଼ରେ ବଜାନଗର ମୋଡ଼ ପାଖରେ ଦୁର୍ଘଟଣା ହୋଇଥିଲା । ହରଦୋଇ ଡିପୋର ବସ୍ ପରସ୍ପରକୁ ଓଭରଟେକ୍ କରିବା ସମୟରେ ଧକ୍କା ହୋଇଥିଲା। ଏଥିରେ ୪ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ବସର ଡ୍ରାଇଭର ରହିଛନ୍ତି। ବସରେ ପ୍ରାୟ ୨୦ରୁ ୨୨ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି।

Related posts

ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ପେସ୍ ଷ୍ଟେସନ ପଠାଇବ ନାସା

mahabharatanews

ଫିଲିଫାଇନ ରାଜଧାନୀରେ କଫ୍ୟୁ

mahabharatanews

ଏନଆରସି ପତିବାଦ ହିଂସାରେ ୩୦ ମୃତ

mahabharatanews