ଭାରତ

୫ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣଂ ଜାରି

(ଦିଲ୍ଲୀ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଉତ୍ତାପ । ମୌସୁମୀ ଆସିବା ପର୍ଯ୍ୟନ୍ତ ତାତି କମ୍ ରହିବ। ହେଲେ ଅସମ୍ଭାଳ ଗୁଳୁଗୁଳି ଲାଗି ରହିବ। । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛନ୍ତି।

ପାଣିପାଗ ବିଭାଗ କହିବାନୁଯାୟୀ, ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ଏଭଳି ତାତିରୁ ନିସ୍ତାର ମିଳିବ ନାହିଁ। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼ ଓ ନୂଆପଡାରେ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ହିଟ୍ ୱେଭ ୱାର୍ଣ୍ଣଂ ଜାରି କରଯାଇଛି। ତାତି କମ୍ ଥିଲେ ହେଁ ଗୁଳୁଗୁଳି ପ୍ରବଳ ହେଉଛି। ପୁରୀରେ ୭୬%, ପାରାଦ୍ୱୀପରେ ୭୫% ଓ ଭୁବନେଶ୍ୱରରେ ୬୦% ଆଦ୍ରତା ରହୁଛି। ରେକର୍ଡ ତାପମାତ୍ରା ୩୩ ରୁ ୩୫ଡିଗ୍ରୀ ଭିତରେ ରହୁଥିଲେ ହେଁ ଆଦ୍ରତା ରହୁଥିବା ଯୋଗୁ ତାତି ୫ରୁ ୧୦ଡିଗ୍ରୀ ଅଧିକ ଥିବା ଭଳି ଅନୁଭବ ହେଉଛି।

ରାଜସ୍ଥାନ,ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ପ୍ରଭୃତି ରାଜ୍ୟରେ ତାପମାତ୍ର ୪୫ ଡିଗ୍ରୀ ରହୁଛି। କେନ୍ଦ୍ରୀୟ ଭାରତର ଏହି ସ୍ଥାନରେ ସୃଷ୍ଟି ହୋଇଛି ଗୁରୁଚାପ। ଏହି ଅଞ୍ଚଳରୁ ଓଡ଼ିଶା ଭିତରକୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଯାହାର ପ୍ରଭାବରେ ରାଜ୍ୟର ବାୟୁ ମଣ୍ଡଳ ଉପରି ଭାଗ ୨ କିଲୋମିଟର ବ୍ୟାପି ଶୁଷ୍କ ରହୁଛି। ଫଳରେ ପ୍ରବଳ ଆଦ୍ରତା ସତ୍ୱେ ମେଘଖଣ୍ଡ ସୃଷ୍ଟି ହେବାରେ ବାଧା ଉପୁଜୁଛି। ମେ’ ଶେଷ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁଛି।

Related posts

‘ଅପରେସନ୍ ଅଜୟ’: ପ୍ରଥମ ପର୍ଯ୍ୟାୟରେ ୨୧୨ ଭାରତୀୟ 

mahabharatanews

ମଣିପୁରରୁ ଫେରିଲେ ୨୧ ଜଣିଆ ଟିମ 

mahabharatanews

ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ  

mahabharatanews