ଭାରତ

ପରଲୋକରେ ଅଭିନେତା କଜାନ ଖାନ

(ଦିଲ୍ଲୀ) : ଆଖି ବୁଜିଲେ  ମଲୟାଲି ସିନେମାରେ ଖଳନାୟକ ଭାବେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଅଭିନେତା କଜାନ ଖାନ। ସୋମବାର କେରଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ହୃଦଘାତ ହେତୁ କଜାନଙ୍କ ଦେହାନ୍ତ ହୋଇଥିବା କୁହାଯାଉଛି। ଅନେକ ସିନେମାରେ ଦର୍ଶକ କଜାନଙ୍କୁ ଖଳନାୟକ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ପାଇଛନ୍ତି। ମଲୟାଲମ ସିନେମା ବ୍ୟତୀତ ତାମିଲ ଓ କନ୍ନଡ଼ ସିନେମା ଇଣ୍ଡଷ୍ଟ୍ରିରେ ସେ ପାଖାପାଖି ୫୦ସିନେମାରେ କାମ କରି ସାରିଛନ୍ତି।

ସୂଚନାନୁଯାୟୀ , ଅଭିନେତାଙ୍କ ମୃତ୍ୟୁ ଖବରକୁ ପ୍ରଡକସନ କଣ୍ଟ୍ରୋଲର ଓ ପ୍ରଯୋଜକ ଏନଏମ ବଦୁଶା ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସ୍ପଷ୍ଟ କରିଥିଲେ । ଏହି ଖବର ମିଳିବା ପରେ ସାଉଥ ସିନେମା ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଛି। ଅନେକ କଳାକାର କଜାନ ଖାନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

Related posts

ବରିଷ୍ଠ ଆଇଏଏସ ପୂଜା ସିଙ୍ଘଲଙ୍କ ଘରୁ କୋଟି କୋଟି ଟଙ୍କା ଜବତ

mahabharatanews

କେଜ୍ରିୱାଲଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

mahabharatanews

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ରେଡ

mahabharatanews