ଭାରତ

ପାଇପ୍‌ ଯୋଗେ ଦିଆଗଲା ପଲଉ, ଲହୁଣି-ରୁଟି, ମଟର ପନିର 

(ଉତ୍ତରାଖଣ୍ଡ) : ଏକାଦଶ ଦିନରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସି ରହିଥିବା ୪୧ଜଣ ଶ୍ରମିକମାନଙ୍କ ପାଇଁ ମଙ୍ଗଳବାର ରାତିରେ ୬ ଇଞ୍ଚିଆ ପାଇପ୍‌ ବାଟେ ପ୍ରଥମ କରି ସ୍ବାସ୍ଥ୍ୟକର ରନ୍ଧା ଖାଦ୍ୟ ପରିବେଷଣ କରାଯାଇଥିବା ସୂଚନା ମିଳିଛି । ତେବେ ଗତକାଲି ରାତିର ଭୋଜନରେ ନିରାମିଷ ପଲଉ, ଲହୁଣି-ରୁଟି ଓ ମଟର ପନୀର ଆଦି ପରିବେଷଣ କରାଯାଇଛି।

ସୂଚନାନୁଯାୟୀ ,  ସେଠାରେ ଫସି ରହିବାର ୯ ଦିନ ପରେ ପ୍ରଥମ କରି ସେମାନଙ୍କୁ ଉପଯୁକ୍ତ ଭୋଜନ ମିଳିଛିପ୍ରତି ଶ୍ରମିକଙ୍କ ନିମନ୍ତେ ଉପଯୁକ୍ତ ପରିମାଣର ପନୀର, ପଲଉ ଓ ୨ଟି ରୁଟି ଥିବା ପ୍ରାୟ ୧୫୦ଟି ପ୍ୟାକେଟ୍‌ କରାଯାଇଥିଲା। ସବୁ ବ୍ୟଞ୍ଜନ ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ରନ୍ଧା ଯାଇଥିଲା। ସୋମବାର ଦିନ ସୁଡ଼ଙ୍ଗ ମଧ୍ୟରେ ପଶା ଯାଇଥିବା ଓ ମଙ୍ଗଳବାର ଦିନ ସକାଳେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ଉକ୍ତ ୬ ଇଞ୍ଚିଆ ପାଇପ୍‌ ବାଟେ ଏହି ରନ୍ଧା ଖାଦ୍ୟ ପଠାଯାଇଛି।  ଏଯାବତ୍‌ ଏହି ପାଇପ୍‌ ବାଟେ ସେଓ, କମଳା, ମୌସମ୍ବୀ ଓ ୫ ଡଜନ୍‌ କଦଳୀ ସମେତ ୫/୧୦ କିଲୋ ଫଳ ମଧ୍ୟ ପଠାଯାଇଛି।

Related posts

ତାଇୱାନରେ ନିଖୋଜ ଭାରତୀୟ ସୁରକ୍ଷିତ

mahabharatanews

ଢେଙ୍କାନାଳ ୧୨ ଘଣ୍ଟିଆ ବନ୍ଦ ଡାକରା

mahabharatanews

କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ 

mahabharatanews