ଭାରତ

ସାରା ଦେଶର ପୁଲିସଙ୍କୁ ‘ୱାନ ନେସନ,ୱାନ ୟୁନିଫର୍ମର’ ପ୍ରସ୍ତାବ ଦେଲେ ମୋଦି

ନୂଆଦିଲ୍ଲୀ: ସାରା ଦେଶର ପୁଲିସଙ୍କ ପାଇଁ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ । ଦୁଇଦିନିଆ ‘ଚିନ୍ତନ ଶିବିର’ରେ ଭିଡିଓ କନଫରେନ୍ସସିଙ୍ଗ ଜରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅପରାଧ ଓ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟଗୁଡିକ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ରହିବା ଆବଶ୍ୟକ । ହରିୟାଣାର ସୁରଜକୁଣ୍ଡରେ ଚାଲିଥିବା ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିରରେ ସାରା ଦେଶର ପୁଲିସ ପାଇଁ ‘ୱାନ୍ ନେସନ, ୱାନ୍ ୟୁନିଫର୍ମ’ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ଏହା ସହ ନରେନ୍ଦ୍ର ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ରାଜ୍ୟର ଆଇନ ବ୍ୟବସ୍ଥା ଯେତେ ସୃଦୃଢ ସେହି ରାଜ୍ୟ ସେତେ ବିକଶିତ । ତେବେ ସମ୍ବିଧାନ ଅନୁସାରେ ଆଇନ- ଶୃଙ୍ଖଳା ରାଜ୍ୟ ବିଷୟ ହୋଇଥିଲେ ମଧ୍ୟ ଏହା ଦେଶର ଏକତା ଏବଂ ଅଖଣ୍ଡତା ସହ ମଧ୍ୟ ବହୁ ମାତ୍ରାରେ ଜଡ଼ିତ।କୌଣସି ରାଜ୍ୟର ଆଇନ ବ୍ୟବସ୍ଥା ଯେତେ ସୃଦୁଢ଼ ସେହି ରାଜ୍ୟ ସେତେ ବିକଶିତ । ବର୍ତ୍ତମାନ ସମୟରେ ଆମ ସମ୍ନାରେ ଯେଉଁ ଯେଉଁ ସମସ୍ୟା ରହୁଛି । ତାହା ସବୁ କୁ ଦୂର କରିବାକୁ ହେଲେ ଆମକୁ ଏକତାର ଆବଶ୍ୟକତା ରହିଛି ।ସୁରକ୍ଷା ବ୍ୟବସ୍ଥା ଯେତେ ଶୃଙ୍ଖଳିତ ରହିବ ଆମକୁ ଚ୍ୟାଲେଞ୍ଜ ସବୁ କୁ ଲଢ଼ିବାକୁ ସେତେ ଶକ୍ତି ମିଳିବ ।

ମୋଦୀଙ୍କ କହିବା ଅନୁସାରେ ଦେଶର କୌଣସି ପ୍ରାନ୍ତରେ ଲୋକମାନେ ଯେତେବେଳେ କୌଣସି ପୋଲିସ ଙ୍କୁ ଦେଖିବେ ତେବେ ସେ ସହଜରେ ଜାଣି ପାରିବେ , ଏହା ପାଇଁ ଆଉ କିଛି ବିଶେଷ ପରିଚୟ ଲୋଡା ହେବ ନାହିଁ । କେବଳ ଏତିକି ନୁହେଁ ଯେଉଁ ଭଳି ସାରା ଦେଶର ଲୋକଙ୍କୁ ପୋଷ୍ଟ ବକ୍ସ ବିଷୟରେ ଜଣା ଅଛି , ତାଙ୍କୁ ଜଣା ଏଥିରେ ଚିଠି ପକାଇଲେ ତାହା ଠିକଣାରେ ପହଞ୍ଚିବ ଠିକ ସେହି ପରି ପୋଲିସ ମାନଙ୍କ ପରିଚୟ ହେବା ଆବଶ୍ୟକତା ରହିଛି ।ସୂଚନାମୁତାବକ ସାରା ଭାରତ ବର୍ଷରେ ଏବେ ୱାନ ନେସନ ୱାନ ରାସନକାର୍ଡ, ୱାନ ନେସନ ୱାନ ମୋବିଲିଟି କାର୍ଡ, ୱାନ ନେସନ ୱାନ ଗ୍ରିଡ, ୱାନ ନେସନ ୱାନ ସାଇନ ଲ୍ୟାନ୍ଗୁଲଏଜ୍, ପୂର୍ବରୁ କାର୍ୟ୍ୟ କରୁଛି । ଯାହା ଦ୍ୱାରା ଲୋକେ ଏହାର ଫାଇଦା ଉଠାଇ ପାରୁଛନ୍ତି । ଆଉ ଯହି ଏହି ପ୍ରସ୍ତାବ ଆସେ ତେବେ ଏହା ଲାଗୁ ହେବା ଦ୍ୱାରା ଏହା ଏକ ପରିଚୟ ହୋଇ ପାରିବ ।ନିଜର ମତ ରଖି ମୋଦୀ କହିଛନ୍ତି ଏହା କେବଳ ଏକ ପ୍ରସ୍ତାବ, ଜୋର ଜବରଦସ୍ତ ଲାଗୁ କରିବାର କୌଣସି ଉଦ୍ୟମ ନୁହେଁ । ଏହାକୁ ଏକ ପ୍ରସ୍ତାବ ଭାବେ ବିଚାର କରିବା ପାଇଁ ସେ ରାଜ୍ୟଗୁଡ଼ିକୁ ନିବେଦନ କରିଛନ୍ତି । ଏହା ସମ୍ଭବ ହେବା ପାଇଁ ୫୦ କିମ୍ବା ୧୦୦ ବର୍ଷ ଲାଗିପାରେ । ମାତ୍ର ଏହା ଉପରେ ଆମ ସମସ୍ତଙ୍କୁ ଚିନ୍ତା କରିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି।

Related posts

ପଥର ବାଜି କଂଗ୍ରେସ ମୁଖ୍ୟ ଜଗନ୍ ମୋହନ ରେଡ୍ଡୀ

mahabharatanews

 ଆଇସଲ୍ୟାଣ୍ଡରେ ଭୂମିକମ୍ପ : ୨୪ ଘଣ୍ଟାରେ ୨,୨୦୦ରୁ ଅଧିକ ରେକର୍ଡ 

mahabharatanews

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

mahabharatanews